ଆଜି ରାଜ୍ୟରେ ଆଉ ୧୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୦ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର ଜଣେ ଲେଖାଏ ମହିଳାଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୩, ଭଦ୍ରକରେ ଜଣେ, କନ୍ଧମାଳ ଜିଲ୍ଲାରେ ଜଣେ, କେନ୍ଦୁଝରରେ ଜଣେ, ନବଗଙ୍ଗପୁର, ନୟାଗଡ଼ ଜିଲ୍ଲାରେ ଜଣେ ଲେଖା ଓ ସୁନ୍ଦରଗଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଛି।