ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି।
Regret to inform the demise of 10 Covid positive patients while under treatment in hospitals.
1. A 63-year old male of Gajapati district who was also suffering from Diabetes and Hypertension.
2. A 63-year old male of Ganjam district.
— H & FW Dept Odisha (@HFWOdisha) July 26, 2020
ଏହି ୧୦ ମୃତକଙ୍କ ମଧ୍ୟରୁ ୬ ଜଣ (ଜଣେ ମହିଳା ଓ ୫ ପୁରୁଷ) ଗଞ୍ଜାମର ହୋଇଥିବା ବେଳେ ଗଜପତି, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମର ସମସ୍ତ ୬ ମୃତକ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୬୩, ୫୫, ୬୦, ୬୪, ୬୦ ଓ ୫୧ ବର୍ଷ। ୫୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ସେହିପରି ୬୪ ବର୍ଷୀୟ ବୃଦ୍ଧ ଜଣକ କିଡ୍ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ଗଜପତିରେ ଯିଏ ପ୍ରାଣ ହରାଇଛନ୍ତି ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ ଜଣେ ପୁରୁଷ ଥିଲେ ଓ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।
3. A 55-year old male of Ganjam district who was also suffering from Diabetes and Hypertension.
4. A 60-year old male of Ganjam district.
5. A 64-year old male of Ganjam district who was also suffering from Chronic Kidney Disease.
6. A 60-year old male of Ganjam district.
— H & FW Dept Odisha (@HFWOdisha) July 26, 2020
ସୁନ୍ଦରଗଡ଼ରେ ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ଭୁବନେଶ୍ୱରରେ ଯେଉଁ ମହିଳାଙ୍କ ମୃତ୍ୟୁ ଘଟିଛି, ତାଙ୍କୁ ୫୮ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ସହିତ ଆଉ କିଛି ରୋଗରେ ପୀଡ଼ିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣ ହରାଇଥିବା ଅନ୍ୟ ଜଣେ କରୋନା ରୋଗୀଙ୍କୁ ୩୫ ବର୍ଷ ହୋଇଥିଲା। ତେବେ ଉକ୍ତ ଯୁବକଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନଥିଲା।
ଆଉ ୬ ଜଣଙ୍କ ମୃତ୍ୟୁ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୭୯ରେ ପହଞ୍ଚି ଯାଇଛି। ସେହିପରି ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୯ ଓ ସୁନ୍ଦରଗଡ଼ରେ ୫କୁ ବୃଦ୍ଧି ପାଇଛି।
7. A 35-year old male of Khordha district.
8. A 51-year old female of Ganjam district .
9. A 69-year old male of Sundargarh district who was also suffering from Hypertension.
— H & FW Dept Odisha (@HFWOdisha) July 26, 2020
ଏଯାବତ୍ କରୋନା ଯୋଗୁ କଟକରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରେ ୪ ଜଣ ପ୍ରାଣ ହରାଇଛନ୍ତି।
ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଅନୁଗୋଳରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି କରୋନା ଯୋଗୁ କନ୍ଧମାଳ, ନୟାଗଡ଼, ବରଗଡ଼, ଝାରସୁଗୁଡ଼ା ଓ ଯାଜପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
10. A 58-year old female of Bhubaneswar who was also suffering from Diabetes, Hypertension, Coronary Artery Disease, Right Pneumothorax and Obesity.
— H & FW Dept Odisha (@HFWOdisha) July 26, 2020
ରାଜ୍ୟରେ ଆହୁରି ୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କୋରନା ନୁହେଁ ବୋଲି ସରକାର କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫,୯୮୨ ସୁସ୍ଥ ହୋଇସାରିଥିବା ବେଳେ ୯,୨୮୭ ଚିକିତ୍ସାଧୀନ ଅଛନ୍ତି।