ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରୁ ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ସୋମବାର ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍‌ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ମୃତ୍ୟୁବରଣ କରିଥିବା ୧୦ ଜଣ କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ କନ୍ଧମାଳରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୭ ଲକ୍ଷ ୮୯ ହଜାର ୪୩୩ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୩ହଜାର ୫୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୪୯୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୯ ହଜାର ୭୫୮ ଜଣ ଚିକିତ୍ସିତ ହେଉଛନ୍ତି।