କରୋନା ନେଲା ଆଉ ୧୦ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ଏହି ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫ ଜଣ ଅଛନ୍ତି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୯ରେ ପହଞ୍ଚିଯାଇଛି। ସେହିପରି ସୁନ୍ଦରଗଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ, ନୟାଗଡ଼ ଓ ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଥିବା ବେଳେ କଟକରେ ୨୫, ନୟାଗଡ଼ରେ ୧୨ ଓ ରାୟଗଡ଼ାରେ ୨୧ରେ ପହଞ୍ଚିଛି।