ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଦାଇରୁ କୀଗାମ୍ ଗାଁରେ ନିରାପତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହେବାକୁ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସେ ଅଂଚଳରେ ଆତଙ୍କବାଦୀମାନେ ଥିବା ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ପୋଲିସ, ସେନା ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ମିଳିତ ଟିମ୍‌।

ସନ୍ଦିଗ୍ଧ ସ୍ଥଳକୁ ନିରାପତା ବଳ ବେଢ଼ିଯିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେମାନଙ୍କୁ ମୁକାବିଲା କରିବାକୁ ନିରାପତା ବଳ ପାଲଟା ଗୁଳି ଚଳାଇବାରୁ ଏନକାଉଂଟର‌ର ସୂତ୍ରପାତ ହୋଇଥିଲା ବୋଲି ସମ୍ପୃକ୍ତ ସରକାରୀ ଅଧିକାରୀଜଣକ କହିଛନ୍ତି।ଏବେ ମଧ୍ୟ ଘଟଣାସ୍ଥଳରେ ଗୁଳି ବିନିମୟ ଚାଲିଛି।