ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ୨ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଣି ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଏହି ଆକ୍ରମଣ ହୋଇଛି । ଏଥିରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଛନ୍ତି । ସେପଟେ ସିଆରପିଏଫ ଯବାନଙ୍କ ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଆତଙ୍କବାଦୀ ଗିରଫ ହୋଇଛି ।

ସୂଚନା ମୁତାବକ, ୭୩ ବାଟାଲିୟନର ସିଆରପିଏଫ ଯବାନ ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଚେକିଂ ଅଭିଯାନ ଚଳାଇଥିଲେ । ଏହି ସମୟରେ କିଛି ଆତଙ୍କବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ତେବେ ଏହାର ଜବାବରେ ସିଆରପିଏଫ ଯବାନ ଆତଙ୍କବାଦୀଙ୍କ ଉପରେ ପାଲଟା ଗୁଳି ଚାଳନା କରିଥିଲେ । ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଆହତ ହୋଇଥିଲା । ଆହତ ଅବସ୍ଥାରେ ତାକୁ କାବୁ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।