ହିମାଂଚଳପ୍ରଦେଶରେ ବରଫସ୍ଫଳନ: ଜଣେ ଯବାନ ମୃତ, ୫ ନିଖୋଜ

କିନ୍ନାଉର: ହିମାଂଚଳ ପ୍ରଦେଶ କିନ୍ନାଉର ଜିଲ୍ଲା ମନଗୟାରେ ବୁଧବାର ବରଫ ସ୍ଫଳନ ହୋଇଛି । ଏଥିରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଥିବା ଜଣାପଡ଼ିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଚାଲିଛି । ମାତ୍ର ଏଯାବତ୍ ତାଙ୍କର କୌଣସି ପତା ମିଳିପାରିନାହିଁ । ସେହିଭଳି ଇଣ୍ଡିଆ-ଚୀନ୍‌ ସୀମାନ୍ତ ଶିପକିଲା ସେକ୍ଟର ନିକଟ ଡୋଗ୍ରି ନାଲା ଅଞ୍ଚଳରେ ଏହି ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ଯୋଗୁ ଏହା ଏକ ପ୍ୟାଟ୍ରୋଲିଂ ପାର୍ଟି ଉପରେ ଏହା ପଡ଼ି ଯାଇଥିଲା। ଯବାନମାନେ ସୀମାନ୍ତର ଗୋଟିଏ ପୋଷ୍ଟରୁ ଅନ୍ୟ ପୋଷ୍ଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଘଟିଥିଲା। ଏହି ଦୁର୍ଘଟଣା ପରେ ୬ ଜଣ ଯବାନ ବରଫ ଅତଡ଼ା ତଳେ ଫସି ଯାଇଥିଲେ। ଉଦ୍ଧାର କାର‌୍ୟ୍ୟରେ ତୁରନ୍ତ ଇଣ୍ଡୋ-ତିବ୍ବତ ପୁଲିସ୍‌ ଫୋର୍ସ ସହ ରାଜ୍ୟ ପୁଲିସ୍‌ ସାମିଲ ହୋଇଥିଲେ। ସେମାନେ ବରଫ ଗଦା ଭିତରୁ ଜଣେ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନେଉଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି। ଶେଷ ଖବର ସୁଦ୍ଧା ନିଖୋଜ ଯବାନମାନଙ୍କ କୌଣସି ପତ୍ତା ମିଳିନାହିଁ।