୮ରେ ଧାମରା ଏଲ୍ଏନ୍ଜି ଟର୍ମିନାଲ ପାଇଁ ଭୂମି ପୂଜନ , ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର: ଧାମରା ଏଲଏନଜି ଟର୍ମିନାଲ ଭୂମିପୂଜନ ଉତ୍ସବରେ ଯୋଗଦେବାଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ଆସନ୍ତା ଜୁଲାଇ ୮ରେ ଏଲ୍ଏନ୍ଜି ଟର୍ମିନାଲ ପାଇଁ ଭୂମି ପୂଜନ ହେବ। ପ୍ରାୟ ୬,୦୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବାକୁ ଥିବା ଟର୍ମିନାଲରେ ୨୫୩୯ କିଲୋମିଟର ଗ୍ୟାସ ପାଇପଲାଇନ ନେଟଓ୍ଵର୍କ ତିଆରି ହେବ। ପାଇପଲାଇନ ମାଧ୍ୟମରେ ସହରକୁ ଗ୍ୟାସ ଯୋଗାଣରେ ୪,୫୦୦ କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡ଼ିଛି।