୭ରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ହେବ ଭୋଟିଂ

ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ଆସନ୍ତା ୭ ତାରିଖରେ ଭୋଟିଂ ହେବ । ରାଜ୍ୟର ମୋଟ ୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ଟି ମହାନଗର ନିଗମର ଡେପୁଟି ମେୟର ପାଇଁ ହେବ ପରୋକ୍ଷ ନିର୍ବାଚନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିସନ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି ।

ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବୋ ।

ପୌରସଂସ୍ଥା ଉପାଧ୍ୟକ୍ଷ ପାଇଁ ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ସକାଳ ୧୦ ଟାରୁ ୧୧ ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ଦିନ ୧୧ ରୁ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଦିନ ୧ଟା ପୂର୍ବରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇପାରିବ । ସେହିପରି ୩ଟି ମହାନଗର ନିଗମ (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର)ର ଡେପୁଟି ମେୟର ପାଇଁ ୭, ୮ ଓ ୯ ତାରିଖରେ ନିର୍ବାଚନ ହେବ । କଟକ ମହାନଗର ନିଗମର ଡେପୁଟି ମେୟର ପାଇଁ ଏପ୍ରି ଲ ୭ ତାରିଖରେ ନିର୍ବାଚନ ହେବ । ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ଏପ୍ରିଲ ୮ ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ହେବ ।