୬୦ ଘଣ୍ଟା ଲାଗି ତିନି ଜିଲ୍ଲା ସଟ୍ ଡାଉନ : ୬୦ ଘଣ୍ଟା ଘରୁ ନବାହାରିବାକୁ ୩ ଜିଲ୍ଲା ବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ତିନି ଜିଲ୍ଲାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ ଯାଏ ୬୦ ଘଣ୍ଟା ସଟ ଡାଉନରେ ରହିବ । ସରକାରଙ୍କ ଏହି ନିଷ୍ପତ୍ତିକୁ ମାନି ବାକୁ ତିନି ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା ସହ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନାରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ବୋଲି ସେ କହିଛନ୍ତି ।