୬୦୩୯ କୋଟି ସବସିଡି ଟଙ୍କା ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ରକୁ ପତ୍ର ଲେଖିଲେ ଖାଦ୍ୟଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ପ୍ରଭିଜନାଲ ଓ ଅଗ୍ରୀମ ସବସିଡି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିା ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ସବସିଡି ଅର୍ଥ ଠିକ୍ ସମୟରେ ପାଉ ନଥିବାରୁ ଧାନସଂଗ୍ରହ କ୍ଷେତ୍ରରେ ଅସୁବିଧା ଉପୁଜୁଛିା ରାଜ୍ୟରେ ଧାନସଂଗ୍ରହ ନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୧୫, ୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ଠିକ୍ ସମୟରେ ନ ପାଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଧାନସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛିା

ରାଜ୍ୟରେ ଖରିଫ୍ ଧାନସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଅଦ୍ୟାବଧି ଗତବର୍ଷ ତୁଳନାରେ ଆଜି ପର୍ଯ୍ୟନ୍ତ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନସଂଗ୍ରହ କରାଯାଇସାରିଲାଣିା ଅଧିକ ସଂଖ୍ୟାରେ ଚାଷୀ ଧାନ ବିକି୍ର କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତିା ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବାବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଆୟବୃଦ୍ଧିରେ ସହାୟକ ହୋଇପାରିବା ସହିତ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛିା ଧାନସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଧାନ ବିକ୍ରିଲବ୍ଧ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତିା