୪ଦିନର ଶିଶୁ ଠାରେ କରୋନା

ମୁମ୍ବାଇ: ଜଣେ ୪ଦିନର ଶୁଶୁ ଦେହରେ କରୋନା ଚିହ୍ନଟ ହୋଇଛି । ଏଥିସହ ଉକ୍ତ ଶିଶୁର ବାପାଙ୍କର ରକ୍ତ ନମୁନା ମଧ୍ୟ ପଜିଟିଭ୍ ଆସିଥିବାବେଳେ ସବୁଠାରୁ ଆଶ୍ଚର୍ଯ୍ୟର କଥା ମା’ ରିପୋର୍ଟ ନେଗେଟିଭ୍ ଆସିଛି ।

ଭସାଇ ତାଲୁକାରେ ଶନିବାର ସନ୍ଧ୍ୟାରେ ୧୫ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ରୋଗୀମାନଙ୍କ ମଧ୍ୟରେ ନାୟଗାଁସ୍ଥିତ ଭସାଇ-ଭିରାର ମନପାର ମାତା ଶିଶୁ ସଂଗୋପନ କେନ୍ଦ୍ରର ୪ ଜଣ ନର୍ସ ଓ ୨ ଜଣ ୱାର୍ଡ ବଏ ମଧ୍ୟ ସାମିଲ ଅଛନ୍ତି । ଏଥିସହ ଏହି ଉକ୍ତ ୪ଦିନର ଶିଶୁ ସହ ତାଙ୍କ ବାପା ମଧ୍ୟ ସାମିଲ ଅଛନ୍ତି ।