୩୧ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ରୁଷ୍‌

ରୁଷ୍‌ ୩ଟି ୟୁରୋପୀୟ ଦେଶର ୩୧ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ । ୟୁକ୍ରେନ୍‌ରେ ରୁଷ୍‌ର ସାମରିକ ଅଭିଯାନ ଯୋଗୁଁ ପାଶ୍ଚାତ୍ୟ ଓ ୟୁରୋପୀୟ ରାଷ୍ଟ୍ରସଂଘ ଜାରି କରିଥିବା କଟକଣାରେ ଉତ୍‌କ୍ଷିପ୍ତ ହୋଇଥିବା ରୁଷ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ରୁଷୟ ବୈଦେଶିକ ମନ୍ତ୍ରାଳୟ ନେଦର୍‌ଲାଣ୍ଡ୍‌ର ୧୫ଜଣ କୂଟନୀତିଜ୍ଞଙ୍କୁ ରୁଷ୍‌ ଛାଡ଼ି ଚାଲିଯିବାକୁ ୨ ସପ୍ତାହ ସମୟ ଦେଇଛି।

ଗତ ମାସରେ ୨୧ଜଣ ରୁଷୀୟ ଦୂତଙ୍କୁ ବହିଷ୍କାର କରିଥିବା ବେଲ୍‌ଜିୟମ୍‌ ପ୍ରତି ମଧ୍ୟ ରୁଷ୍‌ ଏକାଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରୁଷ୍‌ ବେଲ୍‌ଜିୟମ୍‌ର ୧୨ଜଣ କୂଟନୀତିଜ୍ଞଙ୍କୁ ବିଦା କରିବ ବୋଲି ବେଲଜିୟମ ପକ୍ଷରୁ କୁହାଯାଇଛି।

ସେହିପରି, ୪ଜଣ ଅଷ୍ଟ୍ରୀଆର କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ମସ୍କୋ ରବିବାର ପର୍ଯ୍ୟନ୍ତ ସମୟ ଦେଇଛି। ଋଷର ୪୦ଜଣ ଦୂତଙ୍କୁ ବିଦା କରିବା ଲାଗି ଜର୍ମାନି ଏବଂ ଫ୍ରାନ୍ସ୍‌ର ନିଷ୍ପତ୍ତି ବିପକ୍ଷରେ ରୁଷ୍‌ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ।

ଏହାବାଦ୍ , କ୍ଷୁଦ୍ର ୟୁରୋପୀୟ ଦେଶ ଲକ୍ସେମ୍‌ବର୍ଗ ମଧ୍ୟ ମସ୍କୋ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ବିଦା କରି ଦେଇଛି। ତେଣୁ, ମଙ୍ଗଳବାର ଦିନ ମସ୍କୋ ଲକ୍ସେମ୍‌ବର୍ଗର ରାଷ୍ଟ୍ରଦୂତଙ୍କୁ ଡକାଇ ଚେତାବନୀ ଦେଇଥିବା କଥା କୁହାଯାଉଛି। ସମ୍ଭବତଃ, ମସ୍କୋ ଲକ୍ସେମ୍‌ବର୍ଗର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିପାରେ।