୨୮ରେ ଶପଥ ନେବେ ପ୍ରମୋଦ ସାୱନ୍ତ

ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ସୂଚନା ରହିଛି ।ସୋମବାର ପ୍ରମୋଦ ସାୱନ୍ତ ସର୍ବସମ୍ମତି କ୍ରମେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ।

ଏହାର କିଛି ସମୟ ପରେ ଏମଜିପିର ୨ ବିଧାୟକ ଓ ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାର ପ୍ରସ୍ତାବ ଦିଆଯାଇଥିଲା । ସୂଚନାଯୋଗ୍ୟ, ୧୪ ଫେବୃୟାରୀରେ ଗୋଆ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ୪୦ ସଦସ୍ୟ ଥିବା ବିଧାନସଭାରେ ବହୁମତଠାରୁ ଗୋଟିଏ ଆସନ ପଛରେ ରହିଯାଇଥିଲା ଭାଜପା । ହେଲେ ଅନ୍ୟ ଦଳଙ୍କ ସମର୍ଥନ ପାଇଁ ଏବେ ଗୋଆରେ ସରକାର ଗଠନ କରିବାକୁ ଯାଉଛି ଭାଜପା ।