୨ଥର ଦେଲେଣି ଫାଇନ; ଆଉଥରେ ହେଲେ ହୋଇପାରନ୍ତି ବ୍ୟାନ

ଆଇପିଏଲ ୨୦୨୨ରେ ରବିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ମୁମ୍ବାଇକୁ ୩୬ ରନରେ ପରାସ୍ତ କରିଛି । ଏହି ବିଜୟ ସତ୍ତ୍ୱେ ରାହୁଲଙ୍କ ଦଣ୍ଡ ମିଳିଛି । ସ୍ଲୋ ଓଭର ବୋଲିଂ ପାଇଁ ତାଙ୍କ ଉପରେ ଫାଇନ ପଡିଛି । ସୂଚନାନୁସାରେ, ମ୍ୟାଚରେ ଲକ୍ଷ୍ନୌ ସ୍ଲୋ ଓଭର ବୋଲିଂ କରିଥିଲା ।

ତେଣୁ ଦଳକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି କାରଣରୁ ଅଧିନାୟକ କେଏଲ ରାହୁଲଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ ଲାଗିଛି । ସିଜିନରେ ଦ୍ୱିତୀୟ ଥର ପାଇଁ ଲକ୍ଷ୍ନୌ ଟିମ୍ ଉପରେ ଫାଇନ ଲାଗିଛି ।

ଅଧିନାୟକଙ୍କ ବ୍ୟତୀତ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ୬ ଲକ୍ଷ ଟଙ୍କାର ଫାଇନ ଲାଗିଛି । ଏପରି ସିରିଜରେ ଦ୍ୱିତୀୟ ଥର ପାଇଁ ଦଳ ସହ ହୋଇଛି । ଯଦି ତୃତୀୟ ଥର ଭୁଲ ହୁଏ ତେବେ ଅଧିନାୟକ ରାହୁଲଙ୍କୁ ବଡ ଦଣ୍ଡ ମିଳିପାରେ । ଏପରିକି ତାଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲାଗିପାରେ ।

ସୂଚନାଯୋଗ୍ୟ, ପୂର୍ବଥର ଦଳ ବାଙ୍ଗାଲୋର ବିପକ୍ଷରେ ସମାଲ ଭୁଲ କରିଥିଲା । ଫଳରେ ରାହୁଲଙ୍କ ଉପରେ ମ୍ୟାଚ୍ ଫିର ୨୦ ପ୍ରତିଶତ ଜରିମାନା ଲାଗିଥିଲା ।