୧୮ ରୁ ସର୍ବସାଧାରଣ ପାଇଁ ଖୋଲିବ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନ

ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ ଏପ୍ରିଲ ୧୮ ରୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦୁଇ ବର୍ଷର ବ୍ୟବଧାନ ପରେ ତିନୋଟି ରାଜ୍ୟ ମୁଖ୍ୟାଳୟ ଜନସାଧାରଣଙ୍କ ପାଇଁ ଖୋଲିବ । ମାର୍ଚ୍ଚ ୨୦୨୦ ରେ କୋଭିଡ -୧୯ ମହାମାରୀ ଆରମ୍ଭ ହେବା ପରେ ଜନସାଧାରଣ ତଥା ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟାଳୟ ବନ୍ଦ ରହିଥିଲା।

ବର୍ତ୍ତମାନ କରୋନା ମହାମାରୀ କମିଥିବାରୁ ଏବଂ ରାଜ୍ୟରେ ସଂକ୍ରମଣ ସମ୍ପୁର୍ଣ୍ଣ ହ୍ରାସ ପାଇବା ପରେ ସରକାର ଏପ୍ରିଲ ୧୮ ତାରିଖରୁ ସର୍ବସାଧାରଣଙ୍କ ଲାଗି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ । ଲୋକସେବା ଭବନ ବ୍ୟତୀତ ରାଜୀବ ଭବନ ଓ ଖାରବେଳ ଭବନ ମଧ୍ୟ ଯାଇପାରିବେ ସାମ୍ବାଦିକ ଓ ସାଧାରଣ ଲୋକ ।

ସାଧାରଣ ଲୋକ ମଧ୍ୟ ଅନଲାଇନରେ ପାସ୍ କରି ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ଯାଇପାରିବେ । ଆଉ ଏଥିପାଇଁ ପ୍ରଥମେ ଇ-ପ୍ରବେଶ ମୋବାଇଲ ଆପରେ ପାସ୍ ପାଇଁ ଆବେଦନ କରିବେ ସାଧାରଣ ଲୋକେ। ପାସ୍‌ ପାଇଁ ଜନସାଧାରଣ (e-Pravesh) ମୋବାଇଲ ଆପ୍‌ କିମ୍ବା htip://epravesh.odisha.gov.in/ ଲିଙ୍କ୍‌ରେ ଆବେଦନ କରିପାରିବେ।

ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡ଼ିକ ଅଚଳ ହୋଇଯାଇଥିଲା। କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଠାକୁ ଲୋକଙ୍କ ଯିବା ଆସିବା ରହୁଥିବାରୁ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେବ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଥିଲା। ଆଗମନକାରୀଙ୍କୁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନ ଯାଇପାରୁନଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ପରେ କଟକଣାକୁ କୋହଳ କରିଛନ୍ତି ସରକାର।