୧୧ରେ ରିଲିଜ୍ ହେବ ପିଏମ୍ ନରେନ୍ଦ୍ର ମୋଦୀଙ୍କ ସିନେମା

ମୁମ୍ବାଇ : ପିଏମ ନରେନ୍ଦ୍ର ମୋଦୀ ସିନେଆ ଆସନ୍ତା ୧୧ ତାରିଖରେ ରିଲିଜ ହେବ। ଏହି ସୂଚନା ଦେଇଛନ୍ତି ସିନେମାର ପ୍ରଯୋଜକ ସନ୍ଦୀପ ସିଂହ। ଏହି ସିନେମାର ମୁଖ୍ୟ ଚରିତ୍ରରେ ଅଭିନେତା ବିବେକ ଓବରାୟ ଅଛନ୍ତି। ଓମଙ୍ଗ କୁମନ୍‌ଙ୍କ ନିର୍ଦେଶନାରେ ହୋଇଥିବା ଏହି ସିନେମାକୁ ବିରୋଧୀ ଦଳ ଗୁଡ଼ିକ ସମାଲୋଚନା କରିଛନ୍ତି। ନିର୍ବାଚନରେ ଏହି ସିନେମା ବିଜେପିକୁ ଅଯଥା ଫାଇଦା ଦେବ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଆସନ୍ତା ୧୧ ତାରିଖରେ ହେବ।