ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ରୁଷରେ ପ୍ରବେଶ ଉପରେ ଲାଗିଲା କଟକଣା

ୟୁକ୍ରେନ ଉପରେ ଆକ୍ରମଣ ପରଠୁ ରୁଷ ବିରୋଧରେ ସମଗ୍ର ବିଶ୍ଵରେ ଅନେକ କଟକଣା ଲାଗି ସାରିଛି। ଆଉ ଏବେ ରୁଷ ଏହାର ପାଲଟା ଜବାବ ମଧ୍ୟ ଦେଉଛି। ଏହି କ୍ରମରେ ପୁଟିନ ସରକାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ରୁଷ ସରକାର ୟୁକେର ପ୍ରତିବନ୍ଧକ ଜବାବରେ ଏହି କାର୍ଯ୍ୟାନuଷ୍ଠାନ ନେଇଛନ୍ତି।

ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ପାଶ୍ଚାତ୍ୟ ରାଷ୍ଟ୍ର ସମେତ ବ୍ରିଟେନ ଏବଂ ଆମେରିକା ଦ୍ଵାରା ରୁଷ ଉପରେ ଲଗାଯାଇଥିବା କଟକଣାର ପ୍ରତିଜବାବରେ ପୁଟିନ୍ ସରକାର ବୋରିସ ଜନସନଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି। ଏହା ପୂର୍ବରୁ ରୁଷ ଆମେରିକାର ବରିଷ୍ଠ ନେତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।

ସୂଚନାଯୋଗ୍ୟ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିକଟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନର ଅଚାନକ ଗସ୍ତ କରିଥିଲେ। ଏହି ସମୟରେ ସେ ରୁଷ ଆକ୍ରମଣରେ ଛାରଖାର ହୋଇଥିବା କିଭ୍ ସହରର ପରିସ୍ଥିତି ଦେଖିଥିଲେ। ଜନସନ ଜେଲେନସ୍କିଙ୍କ ସହିତ କିଭ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା।