ହିଟଲର ଯେପରି ବିଜୟ ହାସଲ କରିଥିଲେ, ଋଷ ସେନା ସେପରି ବିଜୟ ମୁକୁଟ ପିନ୍ଧିବ

ଋଷର ବିଜୟ ଦିବସରେ ପୁତିନଙ୍କ ମତ

ଋଷ-ୟୁକ୍ରେନ ଯୁଦ୍ଧ ଏହା ମଧ୍ୟରେ ୭୫ ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି । ଉଭୟ ଦେଶୋର ଅନେକ ଧନଜୀବନ ନଷ୍ଟ ହେଉଥିଲେ ବି ଯୁଦ୍ଧ ରୋକିବା ପାଇଁ ନିଷ୍ପତ୍ତି ନେଉ ନାହାନ୍ତି ରାଷ୍ଟ୍ରମୁଖ୍ୟ । ତେବେ ଏହି ଯୁଦ୍ଧରେ କେବେ ବିରାମ ଲାଗିବ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଋଷ ରାଷ୍ଟ୍ରପତି କରିଛନ୍ତି ଏକ ବଡ ଖୁଲାସା ।

ଋଷର ବିଜୟ ଦିବସ ଉତ୍ସବରେ ୟୁକ୍ରେନ ବିରୁଦ୍ଧରେ ଦେଶ ବିଜୟ ହାସଲ କରିବ ବୋଲି କହିଛନ୍ତି ବ୍ଲାଦିମିର ପୁତିନ । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲର ଯେପରି ବିଜୟ ହାସଲ କରିଥିଲେ, ୟୁକ୍ରେନ ବିରୋଧରେ ଋଷ ସେନା ଠିକ ସେହିପରି ବିଜୟ ମୁକୁଟ ପିନ୍ଧିବ ବୋଲି ପୁତିନ କହିଛନ୍ତି ।

୧୯୪୫ ମସିହା ପରି ଆଜି ମଧ୍ୟ ଋଷ ସେନା ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଛି । ତେଣୁ ଏହି ଯୁଦ୍ଧରେ ଆମର ହିଁ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ନାଜି ତତ୍ତ୍ୱକୁ ମୁକ୍ତ କରିବା ପାଇଁ ଏକ ବିଶେଷ ସୈନ୍ୟ ଅଭିଯାନ ଚାଲୁ ରଖିଥିବା ସେ କହିଛନ୍ତି । ତେବେ ଆଜିର ଏହି ଉତ୍ସବରେ ମୋଟ ୧୫ଟି ଦେଶକୁ ଅଭିନନ୍ଦନ ଜଣାଇଛନ୍ତି ପୁତିନ । ୟୁକ୍ରେନ, ଅଜରବୈଜାନ, ଆର୍ମେନିଆ, ବେଲାଋଷ, କଜାକିସ୍ତାନ, କିର୍ଗିସ୍ତାନ ସମେତ ମାଲଦୋବା, ତାଜିକିସ୍ତାନ, ତୁର୍କିମେନିସ୍ତାନ, ଉଜବେକିସ୍ତାନ, ଅବକାଜିଆ, ଦକ୍ଷିଣ ଓସେଶିଆ, ଡିପିଆର, ଏଲପିଆର ଏବଂ ଜର୍ଜିଆ ଋଷର ଏହି ଟାର୍ଗେଟରେ ସାମିଲ ରହିଛି ।

ଋଷର ଆଜି ବିଜୟ ଦିବସ ଉପଲକ୍ଷେ ଏକ ପରେଡ ବାହାରିବାକୁ ଯାଉଛି । ଏଥିରେ ୧୧ ହଜାର ସୈନିକ ଭାଗ ନେବାକୁ ଯାଉଥିବା ବେଳେ ଶହ ଶହ ଯୁଦ୍ଧ ବିମାନ ମଧ୍ୟ ଆକାଶରେ ପାରଦର୍ଶିତା ଦେଖାଇବେ । ତେବେ ବିଜୟ ଉତ୍ସବରେ ପୁତିନଆଜି ଏକ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି । ୟୁକ୍ରେନରେ ପୂର୍ଣ୍ଣ ଯୁଦ୍ଧ ପାଇଁ ପୁତିନ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।