ହଷ୍ଟେଲରେ ଚାଲିଥିଲା ବ୍ଲୁ ଫିଲ୍ମ ସୁଟିଂ : ଭିଡିଓ ଭାଇରାଲ୍ ପରେ ଅଙ୍କୁରପାଲୀ ଗାଁରେ ଉତ୍ତେଜନା

ସୁନ୍ଦରଗଡ଼ : ହଷ୍ଟେଲରେ ଚାଲିଥିଲା ବ୍ଲୁ ଫିଲ୍ମ ସୁଟିଂ । ଏହାକୁ ନେଇ ବ୍ଲାକମେଲ୍ କରି ନିଜ କଳା ଧନ୍ଦା ଚଳାଇଥିଲେ ଅଭିଯୁକ୍ତମାନେ । ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ସୁନ୍ଦରଗଡ଼ ଅଙ୍କୁରପାଲୀ ଗାଁରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ଗାଁରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟ ହୋଇଛନ୍ତି । ସେପଟେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
ସୁନ୍ଦରଗଡ଼ ଅଙ୍କୁରପାଲୀରେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ । ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ତେଣେ ଆଶ୍ରମ ସ୍କୁଲରେ ନିଜ କଳା ଧନ୍ଦା ଚଳାଇଥିବା ଅଭିଯୁକ୍ତମାନେ ଫେରାର । ଏଯାଏଁ ଘଟଣା ନେଇ କେହି ଲିଖିତ ଅଭିଯୋଗ କରିନାହାନ୍ତି । ତେବେ ଗାଁ ଲୋକଙ୍କ ଦାବି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ହାତୀବାରି ଗାଁରେ ଥିବା ଆଦିବାସୀ ବାଳିକା ଛାତ୍ରୀ ନିବାସରେ ଚାଲିଥିଲା ନିହାତି ଘୃଣ୍ୟ କାରବାର । ହଷ୍ଟେଲର ମହିଳା ରୋଷେୟାଙ୍କୁ ବ୍ଲାକ ମେଲ୍ କରୁଥିଲେ ପ୍ରଧାନ ଶିକ୍ଷକ ଏବଂ ଯଶକେତନ ସାହୁ ନାମକ ଜଣେ ବ୍ୟବସାୟୀ । ଅଭିଯୁକ୍ତ ଯଶକେତନ ହଷ୍ଟେଲକୁ ରୋଷେଇ ସାମଗ୍ରୀ ଯୋଗାଉଥିଲା । ପୀଡି଼ତା ପ୍ରତିବାଦ କଲେ ଚାକିରୀରୁ ବିଦା ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ନେଇ ମିଳୁଥିଲା ଧମକ ।
ଆଶ୍ରମ ହଷ୍ଟେଲରେ ଘଟୁଛି ନିହାତି ଲଜ୍ଜାଜନକ ଘଟଣା । ଏଇଥିରୁ ଜଣାପଡୁଛି ଏଠି ରହୁଥିବା ଆଦିବାସୀ ବାଳିକାମାନେ କେତେ ସୁରକ୍ଷିତ ।