ହରଭଜନ ସିଂ ହେବେ ରାଜ୍ୟସଭା ସାଂସଦ ପ୍ରାର୍ଥୀ !

କ୍ରିକେଟ ଖେଳାଳୀ ହରଭଜନ ସିଂଙ୍କୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ନେଇ ସୂତ୍ର ସୂଚନା ରହିଛି । ପଞ୍ଜାବର ମୁ୍ଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ହରଭଜନଙ୍କୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାସହ ପଞ୍ଜାବର ଏକ କ୍ରିଡା ବିଶ୍ୱବିଦ୍ୟାଳୟରେ ହରଭଜନଙ୍କୁ ଏକ ପ୍ରମୁଖ ପଦରେ ଅବସ୍ଥାପିତ କରାଯିବ ବୋଲି କୁହାଯାଉଛି ।

କହିରଖୁ କି ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହରଭଜନ ସିଂ ଟ୍ୱିଟ ମାଧ୍ୟମରେ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଟ୍ୱିଟରରେ ଲେଖିଥିଲେ କି ମୋ ସାଂଗ ଭଗୱନ୍ତ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋ ତରଫରୁ ତାଙ୍କୁ ଶୁଭେଚ୍ଛା ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ହରଭଜନ ସିଂ ଗତବର୍ଷ ରାଜନୀତିରେ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୨୦୨୧ ଡିସେମ୍ବର ମାସରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟେତସିଂ ସିଦ୍ଧୁଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

କେବଳ କଂଗ୍ରେସ ନୁହେଁ ତା ପୂର୍ବରୁ ହରଭଜନ ବିଜେପିରେ ଯୋଗ ଦେଉଥିବା ନେଇ ବି ଚର୍ଚ୍ଚା ହେଉଥିଲା । ଏହାକୁ ସିଧା ସଳଖ ଭାବେ ଖଣ୍ଡନ କରିଥିଲେ ହରଭଜନ । ସେପଟେ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବା ପରେ ହରଭଜନ କହିଥିଲେ କି ଏବେ ସେ ପଞ୍ଜାବର ସେବା କରିବା କାର୍ଯ୍ୟରେ ସମୟ ଦେବେ ।

କହିରଖୁ କି ହରଭଜନଙ୍କୁ ନେଇ ଆସିଥିବା ଏହି ଖବର ଉପରେ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ସେପଟେ ହରଭଜନ କହିଛନ୍ତି କି ତାଙ୍କୁ ଅନେକ ରାଜନୈତିକ ଦଳ ପକ୍ଷରୁ ଯୋଗଦେବା ପାଇଁ ପ୍ରସ୍ତାବ ରହିଛି ।