ହନିପ୍ରୀତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ଆଶ୍ରମ ମୁଖ୍ୟ ରାମରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ବିରୋଧରେ ରୁଜୁ ହେଲା ମାମଲା । ପଞ୍ଚକୁଲାର ସେର ୫ ପୋଲିସ ଷ୍ଟେସନରେ ହନିପ୍ରୀତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହରିୟାଣା ପଞ୍ଚକୁଲାରେ ଗୁରମିତ୍ ରାମ ରହିମ ସିଂହଙ୍କ ଶୁଣାଣି ଚାଲିଥିବାବେଳେ ହିଂସାକାଣ୍ଡ ଉସୁକାଇବା ଅଭିଯୋଗରେ ମାମଲା ହୋଇଛି। ହନିପ୍ରୀତ ବର୍ତ୍ତମାନ ଏହି ମାମଲାରେ ଜଣେ ଅନ୍ୟତମ ଅଭିଯୁକ୍ତ। ଏହା ପୂର୍ବରୁ ଡେରା ସଚ୍ଚା ସୌଦାର କର୍ମକର୍ତ୍ତା ଆଦିତ୍ୟ ଇନସାନ ଏବଂ ସୁରିନ୍ଦର ଧିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ହନିପ୍ରୀତକୁ ଧରିବାକୁ ପ୍ରୟାସ ଚଳାଇଛି ହରିୟାଣା ପୋଲିସ। ହନିପ୍ରୀତ ନେପାଳ ଚାଲିଯାଇଥିବା ସୂଚନା ମିଳିଛି। ହନିପ୍ରୀତ ଏବଂ ଆଦିତ୍ୟ ଇନସାନଙ୍କ ବିରୋଧରେ ପୂର୍ବରୁ ଲୁକ୍ଆଉଟ୍ ନୋଟିସ ଜାରି କରିଥିଲା ପୋଲିସ। ରାମ ରହିମ ଦୋଷୀ ସାବ୍ୟସ୍ତ ହେବାପରେ ହେଲିକପ୍ଟରରେ ରାମ ରହିମଙ୍କ ସହ ରୋହତକ ଜେଲ ପର୍ୟ୍ୟନ୍ତ ଆସିଥିଲେ ହନିପ୍ରୀତ। ଏହାପରଠାରୁ ହନିପ୍ରୀତ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି।