ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍‌

ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ୱର୍ଗଦ୍ୱାରକୁ ସାନିଟାଇଜ୍ କରାଯାଇଛି । ଦମକଳ ବାହିନର ସହାୟତାରେ ସ୍ୱର୍ଗଦ୍ୱାରରେ ପାଣି ସ୍ପ୍ରେ କରଯିବା ପାଇଁ ୨ରୁ ଅଧିକ ଗାଡି ନିୟୋଜିତ ହୋଇଛି । ସ୍ୱର୍ଗଦ୍ୱାର ପରିସର, ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଏହା ସଂଲଗ୍ନ ରାସ୍ତା ଓ ବେଳାମାର୍ଗକୁ ସାନିଟାଇଜ କରାଯାଇଛି । ସେହିପରି ଶବଦାହ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉଛି ।

କରୋନା କଟକଣାକୁ ନଜରରେ ରଖି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି । ସ୍ୱର୍ଗଦ୍ୱାରରେ ପୋଲିସ ମୁତୟନ ଥିବାବେଳେ ମୃତ ବ୍ୟକ୍ତିଙ୍କ ନାମ, ସମ୍ପର୍କୀୟଙ୍କ ନାମ ରଖାଯିବା ପରେ ଶବଦାହ ପାଇଁ ଅନୁମତି ଦିଆଯାଉଛି । ସେହିପରି ଶବଦାହ ସମୟରେ ଯେଭଳି ଅଧିକ ସଂଖ୍ୟାରେ ଲୋକ ଭିଡ଼ ନ କରିବେ ତାହା ଉପରେ ପ୍ରଶାସନ ନଜର ରଖିଛି ।

ଶବଦାହ ସମୟରେ ଯେଭଳି ଅଧିକ ସଂଖ୍ୟାରେ ସମ୍ପର୍କୀୟ ରୁଣ୍ଡ ନ ହେବେ ସେଥିପାଇଁ ପୋଲିସ ପକ୍ଷରୁ ବାରଣ କରାଯାଉଛି । ପୂର୍ବରୁ ଦିନକୁ ପ୍ରାୟ ୮୦ରୁ ୧୦୦ ଶବଦାହ କରାଯାଉଥିବାବେଳେ ବର୍ତମାନ ୧୦ରୁ ୧୫ଟି ଶବଦାହ କରାଯାଉଛି । ଲକଡାଉନ କଟକଣା ପାଇଁ ବହୁ ସଂଖ୍ୟାରେ ଲୋକ ସ୍ୱର୍ଗଦ୍ୱାରକୁ ଆସୁନଥିବାରୁ ପାଖାପାଖି ୯୦ ପ୍ରତିଶତ ଶବଦାହ ସଂଖ୍ୟା କମିଛି ।