ସ୍ୱଚ୍ଛ ସେର୍ବେକ୍ଷଣ ୨୦୧୯: ସବୁଠାରୁ ପରିଷ୍କାର ସହର ଇନ୍ଦୋର, ପରିଷ୍କାର ରାଜଧାନୀ ଭୋପାଳ

ନୂଆଦିଲ୍ଲୀ:ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଘୋଷଣା କରାଯାଇଛି । ଏହି ସର୍ବେକ୍ଷଣ ଅନୁଯାୟୀ, ପରିଷ୍କାର ସହର ଭାବେ ଘୋଷଣା କରାଯାଇଥିବାବେଳେ ସ୍ୱଚ୍ଛ ରାଜଧାନୀ ଭାବେ ଭୋପାଳକୁ ଘୋଷଣା କରାଯାଇଛି । ଏଥରକୁ ମିଶାଇ ଇନ୍ଦୋର ତୃତୀୟ ଥର ପାଇଁ ଦେଶର ପରିଷ୍କାର ସହର ସମ୍ମାନ ପାଇଛି। ଉତ୍ତମ ପ୍ରଦର୍ଶନ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ରେ ଅଛନ୍ତି ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର। ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ରେ ଉତ୍ତରଖଣ୍ଡର ଗୌଚାରକୁ ଭାରୀତର ଶ୍ରେଷ୍ଠ ଗଙ୍ଗା ସହର ବୋଲି ଘୋଷଣା କରାଯାଇଛି। ସେହିପରି ନୂଆଦିଲ୍ଳୀ ମୁନିସିପାଲଟି କାଉନ୍‌ସିଲ୍‌କୁ ଶ୍ରେଷ୍ଠ ‘କ୍ଲିନେଷ୍ଟ ସ୍ମଲ୍‌ ସିଟି’ ଭାବେ ଘୋଷଣା କରାଯାଇଛି। ୧୦ ଲକ୍ଷରୁ ଊର୍ଧ୍ୱ ଲୋକ ସଂଖ୍ୟା ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ରାଜ୍ୟର ସମ୍ମାନ ଅହମ୍ମଦାବାଦ୍‌କୁ ମିଳିଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ର ତାଲିକା ପ୍ରକାଶ ପାଇବା ପରେ ଇନ୍ଦୋରବାସୀଙ୍କୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରି ଅଭିନ୍ଦନ ଜଣାଇଛନ୍ତି। ଲଗାତର ତୃତୀୟ ଥର ପାଇଁ ‘କ୍ଲିନେଷ୍ଟ୍‍ ସିଟି’ ସମ୍ମାନ ପାଇଥିବାରୁ ଇନ୍ଦୋରବାସୀଙ୍କୁ ମୋର ହୃଦୟଭରା ଅଭିନନ୍ଦନ ବୋଲି ସେ ଟୁଇଟ୍‌ କରି କହିଛନ୍ତି।