ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ!

ଭୁବନେଶ୍ବର : ୨୦୧୯ ନିର୍ବାଚନରେ ବିଜେଡିକୁ ସଫଳତା ମିଳିଛି। ଏହାସହ କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଶନିବାର ବିଜେଡି ବିଧାୟକ ଦଳର ବୈଠକ ବସିବ। ସେଥିରେ ନବ ନିର୍ବାଚିତ ସମସ୍ତ ପ୍ରାର୍ଥୀ ଯୋଗ ଦେବ। ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବା ବୋଲି ଜଣାପଡିଛି।