ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ

ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ । ମାନସ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ । ଗିରଫର ଏତେ ଦିନ ପରେ ବି କାହିଁକି ତାଙ୍କୁ ଗ୍ରୁପରେ ରଖାଯାଇଥିଲା । କାହିଁକି ତାଙ୍କୁ ଗ୍ରୁପରୁ ବିଦା କରାଯାଇଥିଲା ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ମାନସ ହତ୍ୟା ମାମଲାରେ ନିରଞ୍ଜନ କେବଳ ଷଡଯନ୍ତ୍ରକାରୀ ନୁହଁନ୍ତି, ଅପହରଣ ଠାରୁ ହତ୍ୟା ଏବଂ ହତ୍ୟା ପରେ ମୃତଦେହକୁ ଗାତଖୋଳି ପୋତି ଦେବା ପର୍ଯ୍ୟନ୍ତ ସବୁକିଛିରେ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପୁଲିସ କହିଛି । ସୂଚନା ଓ ଲୋକସଂପର୍କ ବୈଷୟିକ ନିର୍ଦ୍ଦେଶକ ଥିବା ବେଳେ ଶର୍ମିଷ୍ଠାଙ୍କ ୱେବ ଚ୍ୟାନେଲକୁ ଅହେତୁକ ଅନୁକମ୍ପା ଦେଖାଇଥିବା ମଧ୍ୟ ନିରଞ୍ଜନ ସେଠୀଙ୍କ ବିରୋଧରେ ଅଭିଯୋଗ ରହିଛି ।