ସୁପ୍ରିମକୋର୍ଟରେ ଖାରଜ ହେଲା ଆନ୍ଧ୍ରର ପିଟିସନ

ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ। ଆନ୍ଧ୍ର ପକ୍ଷରୁ କୋଟିଆ ଆନ୍ଧ୍ରର ବୋଲି ଆବେଦନ କରିଥିଲେ ସେଠାକାର ନିର୍ବାଚିତ ପ୍ରତିନିଧି। କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବିଜୟୀ କୁନେତି କୁସେମା ବିରୋଧ କରିଥିଲେ । ଏନେଇ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମ କୋର୍ଟରେ ରିଟ୍‌ ପିଟିସନ ଦାଖଲ କରି କୋଟିଆରେ ଓଡ଼ିଶା ନିର୍ବାଚନକୁ ବାତିଲ କରିବା ଏବଂ କୋଟିଆକୁ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ପିଟିସନରେ ଉଲ୍ଲେଖ କରିଥିଲେ । ଯାହାକୁ ଆଜି ଖାରଜ କରିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ।