ସୁକମା ନକ୍ସଲ ଆକ୍ରମଣ: ଆହତ ଯବାନଙ୍କ ପାଇଁ ପ୍ରାର୍ଥନା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଶନିବାର ଦିନ ସୁକମା ଜିଲ୍ଲାରେ ବଡ ଧରଣର ନକ୍ସଲ ଆକ୍ରମଣ । ଏହି ଆକ୍ରମଣରେ ୭ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିସହ ୧୪ଜଣ ଆହତ ଓ ୧୭ ଜଣ ନିଖୋଜ ଅଛନ୍ତି । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆହାତ ଯବାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ଯବାନମାନେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି। ଆମର ୨ ଯବାନ ଗମ୍ଭୀର ରୂପେ ଗୁରୁତର ଅଛନ୍ତି । ଏହା ୫ ଘଂଟାର ଲମ୍ବା ଅପରେସନ ଥିଲା । ଏଥିରେ ଅନେକ ନକ୍ସଲ ନେତା ନିହତ ହୋଇଛନ୍ତି ।

ସୂଚନାଥାଉକି,୧୪ ଆହତ ଯବାନଙ୍କୁ ହୋଇଥିବା ଯବାନଙ୍କୁ ଏୟରଲିଫ୍ଟ କରାଯାଇ ରାୟପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।