ସିମ କାର୍ଡ ଜାଲିଆତି ମାମଲା; ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ

ସିମ କାର୍ଡ ଜାଲିଆତି ମାମଲାରେ ରିମାଣ୍ଡରେ ଆସିବେ ତିନି ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତା ୪ ତାରିଖ ଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଆସିବେ । ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ କରିଥିଲେ ଏହି ୩ ଅଭିଯୁକ୍ତ ।

ସିମ ଜାଲିଆତି ଘଟଣାରେ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ହୋଇଥିଲା ହ୍ୱାଟସଆପ ଆକାଉଣ୍ଟ ।

ସୂଚନା ଅନୁସାରେ, ରବିବାର କ୍ରାଇମବ୍ରାଞ୍ଚ ସିମ୍ ଜାଲିଆତି ମାମଲା ନେଇ ଏକ ରାକେଟକୁ ଠାବ କରିଥିଲେ । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ ।