ସରକାର ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ମୌଳିକ ସୁବିଧା ଦେଇପାରିନାହିଁ :ଧର୍ମେନ୍ଦ୍ର

ଖଲ୍ଲିକୋଟ: ଖଲ୍ଲିକୋଟରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଋଷିକଲ୍ୟାର ଏହି ଅବବାହିକା ଚଷାଚାଷୀଙ୍କ  ଅଂଚଳ । କିନ୍ତୁ ଏଠାରେ ଶୀତଳ ଭଣ୍ଡାର ନାହିଁ । ଏଥିରେ ମାନ୍ୟବରଙ୍କ କେଉଁ କଥାରେ ତାଙ୍କୁ ୧ ନମ୍ବର ବୋଲି କୁହାଯାଉଛି । ଓଡିଶାର ୨୦ ଲକ୍ଷ ଲୋକଙ୍କ ଘରଡିହ ନାହିଁ , ୩୦ ଲକ୍ଷ ଲୋକଙ୍କ ପକ୍କା ଘର ନାହିାଁ ରୋଜଗାର କରିବା ପାଇଁ ଯୁବକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ କଣ ନୈତିକତା ଅଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତିା କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ଅନେକ ସରକାର ଦିଲ୍ଲୀରେ ଶାସନ ଦାୟିତ୍ୱରେ ଥିଲେ । ମାତ୍ର ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ମାଧ୍ୟମରେ ଚାଷୀଙ୍କୁ ବାର୍ଷିକ ସିଧାସଳଖ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା ନରେନ୍ଦ୍ର ମୋଦୀ କଲେ । ଏହସହ ଭାରତବର୍ଷରେ ଗରିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା କରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଆରମ୍ଭ କଲେ । ପୂର୍ବରୁ କେଉଁ ପ୍ରଧାନମନ୍ତ୍ରୀ ଏହି ବ୍ୟବସ୍ଥା ଭାବି ନଥିବା ବେଳେ ମୋଦି ଏହାର କଳ୍ପନା କେଲେ  । ପୂର୍ବ ସରକାରରେ ଓଡିଶାରେ ୨୦ ଲକ୍ଷ ପରିବାରରେ ଏଲପିଜି ଗ୍ୟାସ ସଂଯୋଗ ଥିଲା । ଆଜି ଏହା ବୃଦ୍ଧି ପାଇ ୭୫ ଲକ୍ଷ ପରିବାରରେ ପହଁଚିଲାଣି । ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାର ୪୦ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି । କେବଳ ବିକାଶର ଯୋଜନା ନୁହେଁ, ଦେଶର ସୁରକ୍ଷା ମଧ୍ୟ ଆଜି ନରେନ୍ଦ୍ର ମୋଦିଙ୍କ ହାତରେ ସୁରକ୍ଷିତ ହୋଇରହିଛି । ପାକିସ୍ତାନ ଆତତାୟୀମାନେ ଭାରତୀୟ ସୈନିକ ମାନଙ୍କୁ ପଛପଟରୁ ଆକ୍ରମଣ କରିବା ଫଳରେ ଦେଶର ଦୁଇ ଜଣ ଓଡିଆଙ୍କ ସମେତ ୪୦ ଜଣ ଯବାନ ଶହୀଦ ହେଲେ । ଏହି ଘଟଣା ପରେ ନରେନ୍ଦ୍ର ମୋଦି ଭାରତର ସୈନିକ ଶକ୍ତି ଉପରେ ଦେଶବାସୀଙ୍କ ଭରସା ଅଛି ବୋଲି କହିଲେ ଏବଂ ଶତ୍ରୁ ବିରୋଧରେ ଲଢିବା ପାଇଁ ସୈନିକ ମାନଙ୍କୁ ନିଜସ୍ୱ କ୍ଷମତା ଦେଲେ । ଏହା ପରେ ମଧ୍ୟ ଭାରତର ଦଳେ ଚାଟୁକାର ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ଏହାର ପ୍ରମାଣ ଖୋଜୁଛନ୍ତି । ଏହା ବ୍ୟତିତ ଶହୀଦ ଓଡିଆ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଶାସକ ଦଳର ବିଧାୟକ ଅତ୍ୟଧିକ ମଦ ପିଇ ତାଙ୍କୁ ତଂଟିଆ ମାରିଲେ । ଶାସକ ଦଳର ବନ୍ଧୁମାନେ ମଧ୍ୟ ଏହାକରି ବିଶ୍ୱ ଦରବାରରେ ନିନ୍ଦିତ କଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  ଆହୁରି କହିଛନ୍ତି ଯେ, ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି । ଦିଲ୍ଲୀ ଓ ଭୁବନେଶ୍ୱର ପାଇଁ ନିର୍ବାଚନ ହେବ । ଗତଥର ଓଡିଶାବାସୀ ନରେନ୍ଦ୍ର ମୋଦିଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଆଶୀର୍ବାଦ ପାଇପାରିନଥିଲେ । ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବିକାଶ ହୋଇଛି । ଅପରପକ୍ଷରେ ଓଡିଶାରେ ଗୋଟିଏ ଶାସନ ବ୍ୟବସ୍ଥା ଚାଲିଛି ।୧୯  ବର୍ଷ ଶାସନରେ ରହିବା ପରେ ମଧ୍ୟ ଏଠାକାର ମା’ ମାନଙ୍କ ଘରେ ନଳରେ ପଇବା ପାଣି ପହଁଚିପାରିନାହିଁ । ମୁଖ୍ୟମନ୍ତ୍ରୀ ଏ ଅଂଚଳରୁ ପ୍ରତିନିଧିତ୍ୱ କରୁଥିବା ବେଳେ ୧୨ ଫୁଟର ପାଣି  ଅଂଚଳରେ ପଶୁଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି,  ୨୪ ଘଂଟା ବିଜୁଳି ନାହିଁ । ଏ ଅଂଚଳର ଯୁବକ ବାହାର  ରାଜ୍ୟକୁ କାମ କରିବାକୁ ଯାଉଛି । ଯେଉଁ ସରକାର ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ମୌଳିକ ସୁବିଧା ଦେଇପାରିନାହିଁ ସେ ସରକାରକୁ ବଦଳେଇବାର ସମୟ ଆସିଛି ବୋଲି ସେ କହିଛନ୍ତି ।