ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଗୁରୁବାର ଏକ ବଡ଼ ସଫଳତା ମିଳିଛି । ବିଭିନ୍ନ କ୍ରୀଡାକୁ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ଓଡ଼ିଶାକୁ ପ୍ରଥମ ସ୍ଥାନ ମିଳିଛି । ସ୍ପୋର୍ଟସ ଷ୍ଟାର ତରଫରୁ ପ୍ରମୋସନ ଅଫ୍ ସ୍ପୋର୍ଟସ ଷ୍ଟେଟ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ବିଶ୍ୱ ଚେସ୍ ଚମ୍ପିୟାନ୍ ବିଶ୍ୱନାଥନ୍ ଆନନ୍ଦ । ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିବା ପରେ ନିଜ ଅଭିଭାଷଣରେ କହିଛନ୍ତି ଯେ, ଅଲମ୍ପିକ ପଦକ ମଂଚରେ ଭାରତୀୟ ସଂଗୀତ ବାଦନ କରିବା ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ । ସାଧାରଣତଃ ମନ୍ତ୍ରୀମାନେ କ୍ରୀଡ଼ା ପୁରସ୍କାର ପ୍ରଦାନ କରୁଥିବା ଦେଖିବାକୁ ମିଳିଥାଏ । ମାତୟ ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆପଣମାନେ ଦେଖି ଆଶ୍ଚର୍ଯ୍ୟ ହେଉଥିବେ ଯେ ମୁଁ ଆଜି ଏଠି କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି ।