ସଚିବାଳୟରେ ଏସିଆନ ଆଥଲେଟିକ ଚାମ୍ପିଆନସିପ୍ର ମାସ୍କଟ ,ଓଲି ସହ ମଜାରେ ମିଶିଲେ ସିଏମ୍

ଭୁବନେଶ୍ବର: ସଚିବାଳୟରେ ଏସିଆନ ଆଥଲେଟିକ ଚାମ୍ପିଆନସିପ୍ର ମାସ୍କଟ ଓଲି । ସଚିବାଳୟର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଯେମିତି ଓଲିସହ ମିଶିବାକୁ ବ୍ୟସ୍ତ । କିଏ ସେଲଫି ନେଲାଣି ତ ଆଉ କିଏ ଫୋଟୋ ପାଇଁ ପୋଜ୍ ଦେଲାଣି । ଆଉ କି ହ୍ୟାଣ୍ଡ ସେକ କରି ଖୁସିରେ ଗଦ୍ ଗଦ୍ ହେଲାଣି । କିଛି ସମୟ ପାଇଁ ସଚିବାଳୟରେ ଆଜି ଏଭଳି ଖୁସିର ମାହୋଲ ଆଣିଥିଲା ମାସ୍କଟ ଓଲି । ମୁଖ୍ୟମନ୍ତ୍ରୀଙ୍କର ଓଲି ସହ ମିଶିବା ଷ୍ଟାଇଲ ବି ମଜାଳିଆ ଥିଲା । ଖୁସିର ସହ ଓଲି ସହ ମଜା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ ଆଥଲେଟିକ ଚାମ୍ପିଆନସିପ୍ କୁ ଲୋକଙ୍କ ପାଖରେ ପହଁଚାଇବା ଓ ଅଧିକ ସଂଖ୍ୟାରେ ଲୋକ କିଭଳି ଏହି ଗେମ୍ ଦେଖିବାକୁ ଆସିବେ ସେଥିପାଇଁ ବିଭିନ୍ନ ସ୍ଥାନକୁ ଯାଉଛି ମାସ୍କଟ ଓଲି । ସେହି କ୍ରମରେ ଆଜି ପହଁଚିଯାଇଥିଲା ସଚିବାଳୟରେ ।