ସଂପୂର୍ଣ୍ଣ ସାନିଟାଇଜ ହେବ କଟକ

କଟକ : ସଂପୂର୍ଣ୍ଣ ସାନିଟାଇଜ ହେବ କଟକ ସହର । କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ । ଆଇନଜୀବୀ ଦିଲ୍ଲୀପ ରାୟ ଦାୟର କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।