ଶ୍ରେୟସ ଓ କେର ପାଇଲେ ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥର ଆୱାର୍ଡ

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ଅର୍ଥାତ୍‌ ଆଇସିସି ସୋମବାର ୧୪ ମାର୍ଚ୍ଚରେ ଫେବ୍ରୁଆରୀ ୨୦୨୨ ପାଇଁ ପ୍ଲେୟାର ଅଫ୍‌ ଦ ମନ୍ଥର ଘୋଷଣା କରି ଦେଇଛି। ମେନ୍ସ କ୍ୟାଟାଗୋରୀରେ ଭାରତୀୟ ଟିମ୍‌ର ଅଲ୍‌ ଫର୍ମାଟ ବେଟର ଶ୍ରେୟସ ଆୟର ଏହି ଟାଇଟଲ ଜିତିଛନ୍ତି। ସେପଟେ ୱିମେନ୍ସ କ୍ୟାଟୋଗୋରୀରେ ନ୍ୟୁଜିଲାଣ୍ଡର ଏମଲିଆ କେର ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥ ଆୱାର୍ଡ ନିଜ ନାମରେ କରିଛନ୍ତି।

ଏମିଲିଆ କେର ୨ଜଣ ଭାରତୀୟ ଖେଳାଳିଙ୍କୁ ହରାଇଛନ୍ତି। ସେପଟେ ଶ୍ରେୟସ ଆୟର ୟୁଏଇ ଓ ନେପାଳର କ୍ରିକେଟରଙ୍କୁ ମାତ୍‌ ଦେଇଛନ୍ତି।

ଡାହାଣହାତୀ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥର ଆୱାର୍ଡ ଜିତିଛନ୍ତି ଏହା ସେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳା ଯାଇଥିବା ସୀମିତ ଓଭରର ସିରିଜରେ ଦମଦାର ପ୍ରଦର୍ଶନର ବଳରେ ଜିତିଛନ୍ତି । ସେ ୟୁଏଇର ଭ୍ରିତ୍ୟା ଅରବିନ୍ଦ ଓ ନେପାଳର ଦିପେନ୍ଦ୍ର ସିଂହଙ୍କୁ ହରାଇ ଆଇସିସିର ଏହି ପୁରସ୍କାର ନିଜ ନାମରେ କରିଛନ୍ତି । ଶ୍ରେୟସ ଆୟର ଫେବ୍ରୁଆରୀରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅହମ୍ମଦାବାଦରେ ଶେଷ ୱାନଡେ ମ୍ୟାଚ୍‌ରେ ୮୦ ରନ୍‌ କରିଥିଲେ , ୩ ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷରେ ସେ ୨୦୦ରୁ ଅଧିକ ରନ୍‌ କରିବାରେ ସଫଳ ରହିଥିଲେ ଏବଂ ପୂରା ସିରିଜ୍‌ରେ ନଟ୍‌ଆଉଟ୍‌ ରହିଥିଲେ।

ସେପଟେ ନ୍ୟୁଜିଲାଣ୍ଡର ୨୧ ବର୍ଷିୟା ଅଲରାଉଣ୍ଡର ଏମଲିଆ କେରଙ୍କ କଥା କହିବା ତ ସେ ୱିମେନ୍ସ କ୍ୟାଟାଗୋରୀରେ ଭାରତର ଅଧିନାୟକ ମିତାଲି ରାଜ୍‌ ଓ ଦିପ୍ତି ଶର୍ମାଙ୍କୁ ହରାଇ ପ୍ଲେୟାର ଅଫ୍‌ ଦ ମନ୍ଥ ର ପୁରସ୍କାର ଜିତିଛନ୍ତି। କେର୍‌ ଭାରତ ବିପକ୍ଷରେ ହ୍ୱାଇଟ୍‌ ବଲ୍‌ ସିରିଜ୍‌ରେ ଦମଦାର ଖେଳ ଦେଖାଇ ଥିଲେ। ସେ ୱାନଡେ ସିରିଜ ୩୫୩ରନ୍‌ କରିଥିଲେ ଏବଂ ୭ ୱିକେଟ ନେଇଥିଲେ। ଏକମାତ୍ର ଟି-୨୦ ଇଣ୍ଡରନ୍ୟାସନାଲ ମ୍ୟାଚ୍‌ରେ ସେ ୧୭ ରନ୍‌ କରିଥିଲେ ଏବଂ ୨ ୱିକେଟ୍‌ ନେଇଥିଲେ । ସେ ଦ୍ୱିତୀୟ ଓ ୪ର୍ଥ ୱାନଡେ ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ମଧ୍ୟ ହୋଇଥିଲେ ।