ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା; ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ

ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୋଲିସ ୩ ଜଣଙ୍କୁ ଚିହ୍ନଟ କରିଛି। ସିସିଟିଭି ଯାଞ୍ଚ ବେଳେ ଏହି ଘଟଣା ସମ୍ନାକୁ ଆସିଛି। ଅନ୍ୟପଟେ ଶ୍ରୀମନ୍ଦିର ରୋଷଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ପୁରୀ ଏସ୍‌ପି କେ. ବିଶାଲ ସିଂହ ପ୍ରତିକ୍ରିୟା ରଖିଛନ୍ତି । ଆଇପିସିର ଦଫା ୪୨୭,୨୯୫,୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ ୩୦(କ) ୪(ବି)ରେ ମାମଲା ରୁଜ ହୋଇଥିବା ସେ କହିଛନ୍ତି ।

ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏସ୍‌ପି କହିଛନ୍ତି।