ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗ; ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗରେ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତରେ ଆସି ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କମିଟି ସଦସ୍ୟ ସମ୍ଭାଜୀ ଛତ୍ରପତି କହିଛନ୍ତି ଯେ ଯାହା କାମ ହେଉଛି ତାହା ଠିକ୍ ହେଉନାହିଁ ।

ରାଜ୍ୟ ସରକାର ଏଏସଆଇ ସହିତ ସମନ୍ୱୟ ରଖି କାମ କରିବା ଆବଶ୍ୟକ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି । ସଂସଦୀୟ ଟିମ୍ ସହ ଏଏସଆଇ ଏଡିଜି ମଧ୍ୟ ଆସିଛନ୍ତି ।

ସେପଟେ ଶ୍ରୀ ମନ୍ଦିର ପରିକ୍ରମା ପକଳ୍ପ ନେଇ ଚାଲିଥିବା ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଗଠିତ ହୋଇଥିବା ଗୃହ କମିଟିକୁ ନେଇ ବାଚସ୍ପତିଙ୍କ ପ୍ରତିକ୍ରିୟା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗ ନେଇ ବୈଠକ ଡାକିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ହାଇକୋର୍ଟରେ ମାମଲା ବିଚାରଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି ବୋଲି କହିଛନ୍ତି ବାଚସ୍ପତି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟରେ ସମୟ ମାଗିଛି ଏଏସଆଇ । ବିସ୍ତୃତ ତଥ୍ୟ ସମ୍ବଳିତ ସତ୍ୟପାଠ ଦେବାକୁ ୨ ସପ୍ତାହ ସମୟ ମାଗିଲା ଏଏସଏଆଇ । ମାମଲାରେ ପୁଣି ଥରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଟିମ୍ ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ଏହା ସହ ପରବର୍ତ୍ତୀ ଶୁଣାଣି ମେ ୧୬ ରେ ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।