ଶ୍ରୀଜଗନ୍ନାଥଙ୍କ ମାଉସୀ

କଥାରେ କହନ୍ତି ମା କିଏ ଆଉ ମାଉସୀ କିଏ! ଆଉ ଇଏ ଶ୍ରୀଜଗନ୍ନାଥଙ୍କ ମାଉସୀ । ନାମ ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷଣୀ । ବାସ ସେଇ ଶ୍ରୀକ୍ଷେତ୍ର । କୀର୍ତ୍ତି ବି କିଛି କମ୍ ନୁହେଁ, ପ୍ରଳୟ ଜଳରୁ ଅର୍ଦ୍ଧେକ ଭକ୍ଷଣ କରି ସେ ମହିୟସୀ । ବାସ୍ ଏତିକିରେ ସରୁନାହିଁ ତାଙ୍କ କଥା । ସେ ଦେଖିବାକୁ ସାକ୍ଷାତ କାମ୍ପିଲ୍ୟ ବାସିନୀ ମା ସୁଭଦ୍ରାଙ୍କ ଭଳି । ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତିଙ୍କ ମଧ୍ୟରେ ଅନ୍ୟତମ । ଅର୍ଦ୍ଧଶିନୀ ଦ୍ୱିଭୁଜା, ଅଭୟ ମୁଦ୍ରାରେ ବିଭୂଷିତା । ମାଉସୀ ମା’ଙ୍କ ମନ୍ଦିର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡର ମଧ୍ୟବର୍ତ୍ତି ସ୍ଥାନରେ ଅବସ୍ଥିତ । ବାହୁଡ଼ା ଯାତ୍ରା ସମୟରେ ମାଉସୀ ମା ମନ୍ଦିରରେ ମହାପ୍ରଭୁଙ୍କୁ ପୋଡ଼ ପିଠା ଭୋଗ କରାଯାଏ । ମାଦଳାପାଞ୍ଜି ଅନୁଯାୟୀ ବଟକେଶରୀ ଏହାକୁ ନିର୍ମାଣ କରିଥିଲେ ।