ଶ୍ରୀକ୍ଷେତ୍ର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍

ଶ୍ରୀକ୍ଷେତ୍ର ଗସ୍ତରେ ଆସିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ଅପରାହ୍ଣରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ଏକ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଥିଲେ ।

୫-ଟି ସଚିବଙ୍କ ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ମଧ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ ।