ଶାସନକୁ ଆସିଲେ ମହିଳା ସଂରକ୍ଷଣ ନିଶ୍ଚିତ:ରାହୁଲ

ଜୟପୁର: ଜୟପୁର ମହିଳା ସମାବେଶରେ ରାହୁଲ ଗାନ୍ଧୀ । ମହିଳା ଦିବସରେ ଶୁଭେଚ୍ଛା ଜଣାଇବା ସହ ମହିଳାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଛନ୍ତି ରାହୁଲ୍ । ଏହି କାର୍ଯ୍ୟକ୍ରମରେ ୫୦୦ ମହିଳା ପ୍ରତିନିଧି ଯୋଗ ଦେଇଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ମହିଳା ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମହିଳାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଓଡ଼ିଶା ଗରିବ ରାଜ୍ୟ ନୁହେଁ । ଓଡ଼ିଶାର ଲୋକ ଗରିବ । ଯେତେ ଟଙ୍କା ଶିକ୍ଷା ସ୍ୱାସ୍ଥ୍ୟରେ ଖର୍ଚ୍ଚ ହେବା କଥା ହେଉନାହିଁ । କଂଗ୍ରେସ ସରକାର ଗଢ଼ିଲେ ଏସବୁ ଦିଗପ୍ରତି ଅଗ୍ରାଧିକାର ଦିଆଯିବ, ଓଡ଼ିଶା ମନ୍ତ୍ରିମଣ୍ଡଳରେ ମାତ୍ର ୨ ଜଣ ମହିଳା ମନ୍ତ୍ରୀ ଅଛନ୍ତି । ଆମ ସରକାର ମହିଳାଙ୍କ ପାଇଁ ସଂରକ୍ଷଣ ଆଣିବ ।ଆଦିବାସୀଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବା ଉଚିତ । ସବୁ ଜିଲ୍ଲାରେ ଅତ୍ୟାଧୁନିକ ହସ୍ପିଟାଲ ହେବ  । କୋରାପୁଟ, ଓଡ଼ିଶା ଓ ଦେଶକ ପରିବର୍ତ୍ତନ ପଥରେ ନେବାକୁ ହେଲେ ଦେଶର ନେତୃତ୍ୱରେ ପରିବର୍ତ୍ତନ କରିବା ପାଇଁ ପଡ଼ିବ । ରାଫେଲ୍ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ରାହୁଲ। ପ୍ରଧାନମନ୍ତ୍ରୀ ଆପଣମାନଙ୍କ ଟଙ୍କାକୁ ଅନୀଲ୍ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ  ଦେଇ ଦେଉଛନ୍ତି । ତେଣୁ ଏଭଳି ଦୁନର୍ନୀତିଗ୍ରସ୍ତ ସରକାରକୁ କ୍ଷମତାରୁ ହଟାଇବା ଆପଣମାନଙ୍କ କାମ । ଭାରତରେ ଯୁବକ ଓ ଯୁବତୀମାନଙ୍କୁ ଚାକିରି ମିଳୁନାହିଁ । ନିଯୁକ୍ତି ସମସ୍ୟା ଦେଖାଯାଉଛି ।ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ପାଖରେ ଅର୍ଥର ଅଭାବ ରହିଛି, ବ୍ୟାଙ୍କ ଛୋଟ, ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନକୁ ଋଣ ଦେଉନାହାନ୍ତି । ତେଣୁ ରୋଜଗାର ସୃଷ୍ଟି ହୋଇପାରୁନାହିଁ ବୋଲି ରାହୁଲ କହିଛନ୍ତି ।

1