ଶାଶୁ ବୋହୁ କଳିରୁ ଅଘଟଣ : ଶାଶୁର ଅବସ୍ଥା ସଂଙ୍କଟାପନ୍ନ, ୧୦ମାସର ନାତୁଣୀ  ଗୁରୁତର

ଢେଙ୍କାନାଳ : ଶାଶୁ ବୋହୁ କଳିରୁ ଘଟିଛି ଅଘଟଣ ।  ଆଉ ଏହି ଅଭାବନୀୟ ଘଟଣା ସୃଷ୍ଟି କରିଛି କରୁଣ ପରିଣତି ।  କିରୋସିନ ନିଆଁରେ ଗୋଟିଏ ପରିବାରର ଶାଶୁର ଅବସ୍ଥା ସଂଙ୍କଟାପନ୍ନ ହୋଇପଡିଥିବା ବେଳେ ବୋହୁ ସମେତ ୧୦ମାସର ନାତୁଣୀ  ଅବସ୍ଥା ଗୁରୁତର ହୋଇଛି । ଏପରିକି ଉଦ୍ଧାର କରିବାକୁ ଯାଇ ପୁଅ ହାତରେ ନିଆଁ ଲାଗି ସେ ବି ଆହତ ହୋଇଥିବା ଜଣାପଡିଛି ।  ରବିବାର ସକାଳେ ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାର ଏପରି ଅଭାବନୀୟ ଘଟଣା ଘଟିଛି ।

ଶାଶୁ ବୋହୂଙ୍କ କଳିରୁ ଜଳିଲା ନିଆଁ।  ଆଉ ଛାରକାର କରିଦେଲା ପରିବାର।  ଦେଖନ୍ତୁ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ବୃଦ୍ଧା ମହିଳା  ସରସ୍ବତୀ। ଖାଲି ସେତିକି ନୁହେଁ ୧୦ ମାସ ଶିଶୁ ବି ନିଆଁରେ ଗୁରୁତର ହୋଇଛି।  ଢେଙ୍କାନାଳ ଲକ୍ଷ୍ମୀ ବଜାର ପବିତ୍ର ବାରିକଙ୍କ ଘରେ ଏହି ଅଭାବନୀୟ ଘଟଣା ଘିଟିଛି।  ଶାଶୁ ସରସ୍ବତୀଙ୍କ ଦେହର ୭୦ପ୍ରତିଶତ ପୋଡି ଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।  ବୋହୁ ରୋଜାଲିନ ତାଙ୍କ ଉପରକୁ କିରୋସିନ ଛାଟି ଦେଇ ନିଆଁ ଲଗାଇ ଦେଇଥିବା ସରସ୍ବତୀ କହୁଛନ୍ତି।  ସେପଟେ ରୋଜାଲିନ କହିଛନ୍ତି ଶାଶୁ ତାଙ୍କୁ ଦି ଚାପୁଡା ମାରିବାରୁ ସେ କିରୋସିନ ନିଜ ଦେହରେ ଢାଳି ନିଆଁ ଲଗାଇଦେଇଥିଲେ।  ଶାଶୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଡ଼ିଗଲେ।   ଗତ କାଲି ରାତିରୁ ଉଭୟ ଶାଶୁ ବୋହୁଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଆଜି ତୀବ୍ର ରୂପ ଧାରଣା କରିବା ସହ ନିଆଁ ଲାଗିଥିଲା।  ଉଭୟଙ୍କ ପାଟି ଶୁଣି ସେମାନଙ୍କୁ ଉଦ୍ଧାର କରିବା ବଳେ ପବିତ୍ରଙ୍କର ଦୁଇହାତ ପୋଡିଯାଇଛି।  ଟାଉନ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଶାଶୁ ସରସ୍ବତୀଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।  ବୋହୁ ରୋଜାଲିନ୍ ଓ ୧୦ମାସର ନାତୁଣୀଙ୍କର ଢେଙ୍କାନାଳ ମୁଖ୍ୟ ଡାକ୍ତତରଖାନାରେ ଚିକିତ୍ସା ଚାଲିଛି ।