ଶପଥ ନେଲେ ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମଶେଦ ବୁର୍ଜୋର ପର୍ଦିୱାଲା

ସୁପ୍ରିମକୋର୍ଟକୁ ମିଳିଲା ଆଉ ଦୁଇ ନୂଆ ବିଚାରପତି

ସୁପ୍ରିମକୋର୍ଟକୁ ମିଳିଛି ଆଉ ଦୁଇ ନୂଆ ବିଚାରପତି | ଶପଥ ଗ୍ରହଣ କରିଛନ୍ତି ଦୁଇ ନୂଆ ବିଚାରପତି । ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମଶେଦ ବୁର୍ଜୋର ପର୍ଦିୱାଲା ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି । ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ସମସ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା ।

ଦୁଇ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ମୋଟ ମଞ୍ଜୁରି ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪ ହୋଇଛି । ଏହା ପୂର୍ବର ଗତ ବର୍ଷ ଅଗଷ୍ଟରେ ଏକା ସଙ୍ଗରେ୯ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ତିନି ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ଯାହା ଇତିହାସରେ ପ୍ରଥମ ଥିଲା ।