ଲାଲୁଙ୍କ ନୋ ଟେନସନ୍

ଇଣ୍ଡିଆନ ପଲିଟିକ୍ସରେ ଲାଲୁ ଯାଦବ ଏକ ଭିନ୍ନ ଚରିତ୍ର। କିନ୍ତୁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କ ନୂଆ ଠିକଣା ପାଲଟିଛି ରାଂଞ୍ଚିର ସେଣ୍ଟ୍ରାଲ ଜେଲ .ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଭର୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କ କିଡ୍ନି ଷ୍ଟୋନ ହୋଇଥିବା ଜଣା ପଡିଲା। ତେବେ ଅପରେସନ ପରେ କାଶ ସମସ୍ୟାରେ ପୀଡିତ ହୋଇଥିଲେ ବିହାରର ପୂର୍ବତନ ମୁଖ୍ୟମନ୍ରୀ ଲାଲୁ ଯାଦବ। ତାଙ୍କୁ ସର୍ଜରୀ ବିଭାଗରୁ ମେଡିସିନ୍ ବିଭାଗର ଓ୍ବାର୍ଡକୁ ନିଆଯାଇଥିଲା। ହେଲେ ଏତେ ରୋଗ ସତ୍ତ୍ବେ ଲାଲୁ କିନ୍ତୁ ହସ ମିଜାକ୍ ମୁଡରେ। ଲାଲୁଙ୍କର ଭାଇରାଲ୍ ଫଟୋ କହୁଛି ଜେଲ ଦଣ୍ଡା ଦେଶ ଲାଲୁଙ୍କୁ ଟେନସନ୍ ଦେଇ ପାରିବ ନାହó ା ମେଡିକାଲର ନର୍ସଙ୍କ ଗହଣରେ ଲାଲୁ ହସି ହସି ଫଟୋ ପୋଜ୍ ଦେଉଥିବାର ଫଟୋ ଭାଇରାଲ ହୋଇଛି।