ଲକ୍ ଡାଉନ ସମୟ ସୀମା ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତିକୁ ବିଜେପି ସ୍ୱାଗତ କରୁଛି : ସମୀର ମହାନ୍ତି 

ଗଣମାଧ୍ୟମର କଠିନ ପରିଶ୍ରମକୁ ପ୍ରଶଂସା

ଭୁବନେଶ୍ୱର : କରୋନା ମହାମାରୀର ସଫଳ ମୁକାବିଲା କରିବା ପାଇଁ ‘ଲକ୍‌ ଡାଉନ’ ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍‌ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘୁଂଚାଇବା ନିଷ୍ପତିକୁ ବିଜେପି ସମର୍ଥନ କରୁଛି ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି, ସେହି ଅନୁସାରେ ଜନସାଧାରଣମାନେ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଦୂରତ୍ୱ ଓ ସରକାରୀ କଟକଣାକୁ ମାନିବା ସହ ସାମାଜିକ କାର୍ଯ୍ୟକର୍ତା ଭାବରେ ଅସହାୟ ଲୋକଙ୍କୁ ଏଭଳି ସଂକଟ ସମୟରେ ସାହାଯ୍ୟର ହାତ ବଢାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।
ଏପରି କଠିନ ସମୟରେ ଗଣମାଧ୍ୟମର ସାହସୀ ଓ ଜୀବନକୁ ବାଜି ଲଗାଇ କାମ କରିବାର ଶ୍ରୀ ମହାନ୍ତି ଭୂୟଂସୀ ପ୍ରଶଂସା କରିଛନ୍ତି ।