ରୋମାଣ୍ଟିକ ଲୁକରେ ରଣବୀର-ଆଲିଆ

ବଲିଉଡ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବିବାହକୁ ନେଇ ଏମାନେ ଏବେ ଖୁବ୍ ଚର୍ଚ୍ଚାରେ । ଏହାରି ଭିତରେ ରିଲିଜ୍ ହୋଇଛି ଉଭୟଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରୋମାଣ୍ଟିକ ପୋଷ୍ଟର, ଯାହା ଏମାନଙ୍କ ବିବାହକୁ ହିଣ୍ଟ କରୁଛି । ଏଥିରେ ପ୍ରଥମଥର ପାଇଁ ଆଲିଆ ଓ ରଣବୀରଙ୍କୁ ଦେଖିବାକୁ ମିଳିଛି ।

ଏହି ଧମାକାଦାର ପୋଷ୍ଟରକୁ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏଥିରେ ରଣବୀର ଶିବା ଚରିତ୍ରରେ ନଜର ଆସିବେ । ପୋଷ୍ଟର ଶେୟାର କରି ଡାଇରେକ୍ଟର ଅୟାନ ମୁଖାର୍ଜୀ ଲେଖିଛନ୍ତି, ପ୍ରଥମ ଭାଗ: ଶିବା । ବ୍ରହ୍ମାସ୍ତ୍ରର ପ୍ରଥମ ଚାପ୍ଟରର ନାଁ । ବେଶ କିଛି ସମୟ ପାଇଁ ଚିନ୍ତା କରାଯାଇଥିଲା କି ଫିଲ୍ମର ନାମ ପାର୍ଟ ୱାନ ଲଭ ହେବ । ତେବେ ପୋଷ୍ଟର ଟି ଶେୟାର କରି ଅୟାନ ମୁଖାର୍ଜୀ ଆଲିଆ-ରଣବୀରଙ୍କ ବିବାହର ସଙ୍କେତ ଦେଇଛନ୍ତି । ଆୟାନ ମୁଖାର୍ଜୀ ଲେଖିଛନ୍ତି, ଏହା ଆମର ଲଭ ପୋଷ୍ଟର! ଆମକୁ ଏହି ସମୟ ଠିକ ଲାଗିଲା । ଏହା ବ୍ୟତୀତ ଆଜିକାଲି ପବନରେ କିଛି ଅଧିକ ଅଛି । ଶିବା ଓ ଇଶା, ରଣବୀର ଓ ଆଲିଆ । ପ୍ୟାର: ସବସେ ବଡା ଅସ୍ତ୍ର ।

ସୂଚନା ମୁତାବକ ଏବେ ସବୁଠି ଆଲିଆ-ରଣବୀଙ୍କ ବିବାହ ଚର୍ଚ୍ଚା ହେଉଥିବା ବେଳେ ଏହି ସମୟରେ ଆସିଥିବା ସେମାନଙ୍କ ପୋଷ୍ଟର ଦେଖି ପ୍ରଶଂସକ ଝୁମି ଉଠିଛନ୍ତି । ଏହି ଫିଲ୍ମର ମେକର୍ସ ପୂର୍ବରୁ କହିଥିଲେ କି ଦେଶର ସବୁଠାରୁ ମହଙ୍ଗା ଫିଲ୍ମ ହେବ ‘ବ୍ରହ୍ମାସ୍ତ୍ର’ । ଏଥିରେ ୩୦୦ କୋଟିର ବଜେଟ ରଖାଯାଇଥିବା ବେଳେ ଏହାଠାରୁ ଅଧିକ ବି ଖୁର୍ଚ୍ଚ ହୋଇପାରେ । ଫିଲ୍ମ ୯ ସେପ୍ଟେମ୍ବର ୨୦୨୨ରେ ରିଲିଜ୍ ହେବ । ପୂର୍ବରୁ ଏହା ଡିସେମ୍ବର ୨୦୨୦ରେ ରିଲିଜ୍ ହେବାର ଯୋଜନା ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାର ରିଲିଜ୍ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଥିଲା ।