ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର‍୍ୟାଗିଂ ଘଟଣା: ଜଣେ ଅଭିଯୁକ୍ତ ଛାତ୍ର ଗିରଫ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର‍୍ୟାଗିଂ ଘଟଣାରେ ମଙ୍ଗଳବାର ଜଣେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ +୩ ଦ୍ୱିତୀୟ ବର୍ଷର ଛାତ୍ର ଲଳିତଗିରି ହଷ୍ଟେଲରେ ରହୁଥିଲେ। ଛାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଅଂଶୁମାନ ମହାନ୍ତିଙ୍କ ସହିତ ତା’ର ସାଙ୍ଗମାନେ ର‍୍ୟାଗିଂ କରିଥିଲେ। ସୂଚନାଯୋଗ୍ୟ, ର‍୍ୟାଗିଂ ଘଟଣା ଉପରେ ଆଧାରିତ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ହେବା ପରେ ଘଟଣା ପଦାକୁ ଆସିଥିଲା। ଅନ୍ୟପକ୍ଷରେ ର‍୍ୟାଗିଂର ସମ୍ମୁଖୀନ ହୋଇଥିବା ଛାତ୍ରର ମା ତାଙ୍କ ପୁଅକୁ ରେଭେନ୍ସାରେ ପାଠ ପଢ଼ାଇବେ ନାହିଁ ବୋଲି କହିଛନ୍ତି।