ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ରାୟଗଡା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା

ରାୟଗଡ଼ା :  ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ,ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗୋମଙ୍ଗ,ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର ଦାଶ ପ୍ରମୂଖ ଯୋଗଦେଇ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା,ପିଡି, ଡି ଆ.ଆର.ଡି. ଏ ଶ୍ରୀ ଅମୃତ ରୁତୁରାଜଙ୍କ ଉପସ୍ଥିତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ବିଶେଷ କରି ମହାମରୀ କୋରନା, ମନରେଗା ଯୋଜନାରେ ଶ୍ରମିକ ମାଆଙ୍କୁ କର୍ମନିଯୁକ୍ତି ଯୋଗାଣ, କୋଭିଡି ମକାବିଲା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ, କୃଷି ଓ ଉଦ୍ୟାନ କୃଷିରେ ଅଗ୍ରଗତି ଓ ଶ୍ରମିକ ମାନଙ୍କୁ ନିଯୁକ୍ତି, ପ୍ରବାସୀ ଶ୍ରମିକ ମାନଙ୍କ ପରିଚାଳନା ଓ କର୍ମନିଯୁକ୍ତି ଯୋଗାଣ ଆଦିଉପରେ ସମୀକ୍ଷା କରିଥିଲେ । ସ୍ବାସ୍ଥ୍ୟ ବିଭାଗ ଉପରେ ଆଲୋଚନା କଲାବେଳେ ମାନ୍ୟବର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦାସବର୍ମା ମହୋଦୟ କୋରନା ପାଇଁ ଯେପରି ସାଧାରଣ ରୋଗୀ ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ନିର୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ଜିଲ୍ଲାର ପ୍ରବେଶପଥ ଗୁଡିକ ସିଲକରିବାକୁ ପରାମର୍ଶ ଦେଇଥିଲେ ଏବଂ ସ୍ଥାନୀୟ ଇଏସଆଇ କୋଭିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭେଣ୍ଟିଲେଟର ଵ୍ୟଵସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଯେପରି ଜିଲ୍ଲାର ଅଧିକାଂଶ ହିତାଧିକାରୀ ସୁବିଧା ପାଇବେ ସେଥିପାଇଁ ଯୋଗାଣ ବିଭଗକୁ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାର ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଯେପରି ଲେବର କାର୍ଡ ମିଲିବ ସେଥିପାଇଁ ଡାଟା ବେସ ପ୍ରସ୍ତୁତ କରିବାକୁ ଓ ଦକ୍ଷତା ଅନୁଯାୟୀ ଶ୍ରେଣୀ ଭୂକ୍ତ କରି କର୍ମସଂସ୍ଥାନ ଯୋଗାଇବା ପାଇଁ ମାନ୍ୟବର ଉପ।ଧ୍ୟକ୍ଷ ନିର୍ଦେଶ ଦେଇଥିଲେ।


ଏହା ପୂର୍ବରୁ ଉପ।ଧ୍ୟକ୍ଷ ଶ୍ରୀଯୁକ୍ତ ଦାସବର୍ମା ଗୁଣପୁରରେ ପୂର୍ବାହ୍ନରେ ପହଞ୍ଚି ସେଠାରେ କୋଭିଡ ପରିସ୍ଥିତି ର ସମୀକ୍ଷା କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗୁଣପୁର ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ କେନ୍ଦ୍ରର ସମସ୍ତ ବ୍ୟବସ୍ତା କିପରି ପରିଚାଳନା କରାଯାଉଛି ତାହା ଗୁଣପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । କରନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମାନ୍ୟବର ଉପାଧ୍ୟକ୍ଷ ପରାମର୍ଶ ଦେଇଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଓ ସାମୂହିକ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ମାନ୍ୟବର ଉପାଧ୍ୟକ୍ଷଙ୍କ ରାମନଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ ଏବଂ ସେଠାରେ ବିଡ଼ିଓ ରାମନଗୁଡ଼ା ଓ ଅନ୍ୟ।ନ୍ୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ଡକ୍ଟର ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
ଆଜିର ଜିଲ୍ଲା ସ୍ଥରୀୟ ବୈଠକରେ ଉପଜିଲ୍ଲାପାଳ, ରାୟଗଡ,ଜିଲ୍ଲା ମୂଖ୍ୟ ଚିକିତ୍ସା ଆଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉଧ୍ୟାନ ଉପନିର୍ଦେଶକ,ପ୍ରକଳ୍ପ ନିର୍ଦେଶକ ଜଳଛାୟା ମିଶନ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ।