୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ସମୟସୀମାକୁ ପୁଣି ଆସନ୍ତା ମେ ୧୦ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ୩୦ ତାରିଖକୁ ବୃଦ୍ଧି କରାଯାଇଥିଲା । ପରୀକ୍ଷା ଆସନ୍ତା ଜୁନ୍‌ ମାସରେ ହେବ । ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ www.ojee.nic.in ଓ www.odishajee.com ୱେବ୍‌ସାଇଟ୍‌ରେ ଦେଖିପାରିବେ ।