ରାଜ୍ୟସଭା ନିର୍ବାଚନ ପାଇଁ ଏହି ୪ ଜଣଙ୍କ ନାଁ ଘୋଷଣା କଲା ଆପ୍‌

ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସରକାର ଗଢିଥିବା ଆମ୍ ଆଦମୀ ପାର୍ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ ବୋଲି ସୂଚନା ମିଳିଛି ।

ରାଘବ ଚଡ୍ଡା ୨୦୨୦ରେ ରାଜେନ୍ଦ୍ର ନଗର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପୂର୍ବରୁ ଦଳର କୋଷାଧ୍ୟକ୍ଷ ଭାବେ ସେ କାମ କରିଥିଲେ । ପଞ୍ଜାବ ନିର୍ବାଚନରେ ଦଳ ତାଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିଲା । ସେହିପରି ପ୍ରଫେସର ସନ୍ଦୀପ ପଞ୍ଜାବରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ଆଇଆଇଟିରେ ପଦାର୍ଥ ବିଜ୍ଞାନର ଜଣେ ଜଣାଶୁଣା ପ୍ରଫେସର । ପୂର୍ବରୁ ହରଭଜନ ସିଂହଙ୍କ ନାମ ଘୋଷଣା କରିଥିଲା ଆପ୍‌ ।

ଆସନ୍ତା ଏପ୍ରିଲ ୯ରେ ରାଜ୍ୟସଭାରେ ୫ଟି ଆସନ ଖାଲି ହେଉଛି। ମାର୍ଚ୍ଚ ୩୧ରେ ରାଜ୍ୟ ସଭା ନିର୍ବାଚନ ଥିବା ବେଳେ ଆପ୍‌ ପ୍ରାର୍ଥୀ ଘୋଷଣା କରିଛି ।