ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା

ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବଢ଼ିଲା ବସ୍‌ ଭଡ଼ା ବଢ଼ିଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ବସ୍‌ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସୁପର ପ୍ରିମିୟମ୍‌ ଭଡ଼ା କିମି ପିଛା ୬ ପଇସା ବଢ଼ିଛି।

ଏକ୍ସପ୍ରେସ ବସ୍‌ ଭଡ଼ା ୯୪ରୁ ୯୬ ପଇସାକୁ ବଢ଼ିଲା। ଡିଲକ୍ସ ଭଡ଼ା ୧ ଟଙ୍କା ୩୧ରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୯ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ସୁପର ପ୍ରିମିୟମ ଭଡ଼ା କିମି ପିଛା ୬ ପଇସା ବଢ଼ିଲା। ସୁପର ପ୍ରିମିୟମ୍‌ ଭଡ଼ା ୨ ଟଙ୍କା ୪୭ରୁ ବଢ଼ି ୨ ଟଙ୍କା ୫୩ ପଇସା ହେଲା।

ସୂଚନାରୁ ପ୍ରକାଶ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତେଳ ଦର ବଢ଼ୁଛି।ଯେଉଁଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ଆଜି ପୁଣି ଥରେ ଭଡ଼ା ବୃଦ୍ଧି ପାଇଛି।