ରାଜଧାନୀ ଭୁବନେଶ୍ୱର ପାଲଟିଲା ରାଜ୍ୟର ଉତପ୍ତ ସହର

ରାଜ୍ୟବ୍ୟାପି ଅସହ୍ୟ ତାତି ଜାରି ରହିଛି । ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାୱା ରାଜଧାନୀକୁ ଉତପ୍ତ କରି ଦେଇଛି । ସକାଳ ୯ଟା ପେର ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ସନ୍ଧୟା ପର୍ଯ୍ୟନ୍ତ ଗରମ ବହନ ସମଗ୍ର ରାଜଧାନୀକୁ କବଳିତ କରି ରଖୁଛି ।

ଆଜି ଦିନ ୧୧ଟା ୩୦ ସୁଦ୍ଧା ଏହା ୪୦ ଡିଗ୍ରି ଥିଲାବେଳେ ୨ଟା ୩୦ ସୁଦ୍ଧା ରାଜଧାନୀରେ ୪୧.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଉତପ୍ତ ସହର ପାଲଟିଛି ।

ସେପଟେ ରାଜ୍ୟରେ ଜିଲ୍ଲା ଗୁଡିକର ଅନେକ ସ୍ଥାନରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବଢିବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର । ଏପରିକି ରାଜ୍ୟରେ ୨୫ ଅପ୍ରେଲ ରୁ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ସମ୍ଭାବନା ରହିଛି ।

ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୩ ଦିନରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୫ ରୁ ୨୬ ଅପ୍ରେଲରେ ବଲାଙ୍ଗୀର, ବୌଦ୍ଧ, ଏବଂ ସୋନପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ସେହିପରି ୨୭ ଅପ୍ରେଲରେ ବଲାଙ୍ଗୀର, ବୌଦ୍ଧ, ସୋନପୁର,ମୟୁରଭଞ୍ଜ, କଳାହାଣ୍ଡିରେ ଏବଂ ୨୮ ତାରିଖରେ କଳାହାଣ୍ଡି,ବଲାଙ୍ଗିର,ସୋନପୁର,ବୌଦ୍ଧ ଏବଂ ମୟୁରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି ।